ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା ଏହାକୁ ଅଧିକ ରୋମାଞ୍ଚକର କରିବା ଲାଗି କେବଳ ସେଲିବ୍ରିଟିମାନଙ୍କୁ ଘରକୁ ଆଣିଛନ୍ତି। ଏଥିସହ ଏହା ଆରମ୍ଭ ହେବାର ଚାରି ସପ୍ତାହ ପରେ ପ୍ରଥମ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଛି। ଏଥିରେ ଶୋ’ରୁ ବାହାର ହୋଇଥିଲେ ଶୈଫାଲୀ ବଗ୍ଗା। ଏବେ ସେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଶୋ’ ସହ ଜଡ଼ିତ କିଛି ଗୁମର ସମସ୍ତଙ୍କ ସହ ଶେୟାର କରିଛନ୍ତି।

‘ବିଗ୍‌ ବସ’ ଘରକୁ ଯିବା ପୂର୍ବରୁ ପ୍ରତିଯୋଗୀମାନଙ୍କୁ ଏକ ଗୁପ୍ତ ନାମ ଦିଆଯାଇଥାଏ। ଏପରିକି ସେମାନେ ନେଇ ଯାଉଥିବା ସୁଟ୍‌କେଶରେ ତାହା ଲେଖାଯାଇଥାଏ। ସେହିଭଳି ସେଠାକୁ ଫୋନ୍‌ ନେଇ ଯିବାକୁ ବାରଣ ଥାଏ। ଘର ଭିତରକୁ ଯିବା ପୂର୍ବରୁ ପ୍ରତିଯୋଗୀମାନଙ୍କଠାରୁ ଫୋନ ରଖାଯାଇଥାଏ। ବିଗ୍‌ ବସ୍‌ ଘରେ ପାର୍ଲରର କୌଣସି ସୁବିଧା ନାହିଁ। ପ୍ରତିଯୋଗୀମାନେ ପ୍ରତିଦିନ ନିଜେ ନିଜେ ପ୍ରସ୍ତୁତ ହେବା ସହ ଅନ୍ୟମାନଙ୍କ ସହାୟତା କରିଥାନ୍ତି। ହେଲେ ସବୁଠାରୁ ମଜାଲାଗେ ବିଗ୍‌ ବସ୍‌ ଘରେ ଚୋରି ଘଟଣା। ସାମଗ୍ରୀ କମ୍‌ ଏବଂ ଲୋକ ଅଧିକା ହେତୁ ସେଠାରେ ବିଶେଷକରି ଏଭଳି ଚୋରି ହୁଏ। ପ୍ରତିଯୋଗୀମାନେ କିଛି କିଛି ଜିନିଷ ଲୁଚାଇ ରଖି ପରେ ବ୍ୟବହାର କରିଥାନ୍ତି। ଏନେଇ ଶୈଫାଲୀ ଖୁଲାସା କରିଛନ୍ତି।

Share