Categories: ଫୁରସତ

ଗୁମ୍ଫାରେ ରହିଛି ସୁନା ଭଣ୍ଡାର: ଇଂରେଜଙ୍କ ତୋପ ବି ଖୋଲି ପାରି ନ ଥିଲା ପଥର ଫାଟକ

ପାଟନା,୨୩।୨: ଭାରତର କେତେକ ସ୍ଥାନରେ କିଛି ରହସ୍ୟ ରହିଛି ତାହାର ସମାଧାନ ବର୍ତ୍ତମାନ ସୁଦ୍ଧା ଆଧୁନିକ ବିଜ୍ଞାନ ଦ୍ୱାରା ବି ସମ୍ଭବ ହୋଇ ପାରିନି। ଏଭଳି ଏକ ରହସ୍ୟ ବିହାରର ରାଜଗିରିରେ ଥିବା ସୋନ ଭଣ୍ଡାର ଗୁମ୍ଫାରେ ରହିଛି। ସ୍ଥାନୀୟ ଲୋକେ କୁହନ୍ତି କେଉଁ ରାଜରାଜୁଡ଼ା କାଳରୁ ଏଥିରେ ବହୁ ଅଳଙ୍କାର ସୁନା ରୁପା ଜମା ହୋଇ ରହିଛି। ତେବେ ଏହାର ରହସ୍ୟମୟ ପଥର ଫାଟକ କେହି ବି ଖୋଲିବାକୁ ଅସମର୍ଥ। ଇଂରେଜ ଶାସନ ସମୟରେ ଲୋଭରେ ପଥର ଫାଟକ ଖୋଲିବା ପାଇଁ ତୋପ ମାଡ଼ କରାଯାଇଥିଲା। କିନ୍ତୁ ଫାଟକ ଖୋଲି ନ ଥିଲା। । ଇତିହାସରୁ ଜଣାପଡ଼େ ରାଜଗିରି ମଗଧର ରାଜଧାନୀ ଥିଲା। ଏଠାରେ ବୁଦ୍ଧଦେବ ବିମ୍ବିସାରଙ୍କୁ ଧର୍ମଉପଦେଶ ଦେଇଥିଲେ। ସେତେବେଳେ ବୁଦ୍ଧଦେବଙ୍କୁ ବିପୁଳ ପରିମାଣର ଅଳଙ୍କାର ଉପହାର ଭାବେ ମିଳିଥିଲା। ଏସବୁକୁ ଏହି ଗୁମ୍ଫାରେ ଗଚ୍ଛିତ ରଖାଯାଇଥିବା କୁହାଯାଏ। ତେବେ ଗୁମ୍ଫାରେ ଥିବା ଧନସମ୍ପତ୍ତି ନେଇ ଲୋକେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ଏହାର ଫାଟକରେ କିଛି ଲେଖାଯାଇଛି। କ’ଣ ଲେକା ଯାଇଛି ଏହା କେହି ଏପର୍ଯ୍ୟନ୍ତ ପଢ଼ିପାରି ନାହାଁନ୍ତି। ବୋଧ ହୁଏ ଏହା ଗୁମ୍ଫାରେ ପ୍ରବେଶ କରିବା ସମ୍ପର୍କରେ ସୂଚନା ଦେଉଥିବାର କେହି କେହି କୁହନ୍ତି। ମାତ୍ର ଏହି ଅବୋଧ ଲିପି ପଢ଼ିବାକୁ ସଭିଏଁ ଅସମର୍ଥ।

Share