Categories: ଜାତୀୟ

ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ: ଘର-ଘର ସର୍ଚ୍ଚ ଅପରେଶନ୍‌ ଜାରି

ଚଣ୍ଡିଗଡ଼,୧୩।୧୦: ପଞ୍ଜାବର ଗୁରଦାସପୁରରେ ୨ ସନ୍ଦିଗ୍ଧ ପାକିସ୍ତାନୀ ବନ୍ଧୁକଧାରୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଆଧାରରେ ଅଢ଼େଇ ହଜାରରୁ ଅଧିକ ସୁରକ୍ଷାକର୍ମୀ ଘର-ଘର ବୁଲି ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୁରଦାସପୁର, ପଠାନକୋଟ, ବଟାଲା ଆଦି ଅଞ୍ଚଳରେ ହାଇ ଆର୍ଲଟ ଜାରି କରାଯାଇଛି। ପୋଲିସ ଅଧିକାରୀଙ୍କୁ ଗଣମାଧ୍ୟମଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ଘର-ଘର ବୁଲି ସର୍ଚ୍ଚ ଅପରେଶନ୍‌ ସମୟରେ ଆଲମୀରା, କାର୍‌, ଓ୍ବାଶିଂ ମେସିନ୍‌, ଖଟ ତଳ, ଷ୍ଟୋର୍‌ ରୁମ୍‌ ଆଦି ଯାଞ୍ଚ୍‌ କରାଯାଉଥିବା କୁହାଯାଉଛି।

Share