Categories: ଜାତୀୟ

ଗୁରମୀତ୍‌ ରାମ ରହିମଙ୍କ ପାରୋଲ ଆବେଦନ ଖାରଜ

ଚଣ୍ଡିଗଡ଼,୨୭।୮: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ସିଂହଙ୍କୁ ପଞ୍ଜାବ ଓ ହରିୟାଣା କୋର୍ଟ ପକ୍ଷରୁ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁରମୀତ୍‌ଙ୍କ ପାରୋଲ ଆବେଦନକୁ ୪ର୍ଥ ଥର କୋର୍ଟ ଖାରଜ କରିଦେଇଛନ୍ତି। ଆଇନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ଗୁରମୀତ୍‌ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ମାସେ ପୂର୍ବରୁ ତାଙ୍କ ସ୍ତ୍ରୀ ପାରୋଲ ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ତାଙ୍କର ପାଳିତା କନ୍ୟା ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ, ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାରେ ହୋଇଥିବା ହିଂସା ମାମଲାରେ ଗୁରମୀତ୍‌ ଏବେ ରୋହତକ୍‌ ଜେଲ୍‌ରେ ଅଛନ୍ତି।

Share