ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ବଲାଙ୍ଗୀର ଅଫିସ/ଟିକ୍ରାପଡା, ୩୦ା୩ (ଡି.ଏନ୍‌.ଏ.): କରୋନା ସଂକ୍ରମଣ ମୁକାବିଲା ପାଇଁ ଲକ୍‌ ଡାଉନ୍‌ ସମୟରେ ଅନେକ ସ୍ଥାନରେ ନାନା ସମସ୍ୟା ଦେଖାଦେଇଛି । ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗଁା ଗୁରୁକୁଳ ସପ୍ତର୍ଷି ସେବାଶ୍ରମରେ ଅନାଥ ଅନ୍ତେବାସୀଙ୍କୁ ସରକାରୀ ଅଧିକାରୀ ଓ ସ୍ବେଚ୍‌ଉାବେୀମାନେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ସଇଁତଲା ତହସିଲଦାର ସୁମନ. କେ. ଡୁଙ୍ଗଡୁଙ୍ଗ୍‌, ଥାନାଧିକାରୀ ବାରିଣୀ ଦାସ, ଟିକ୍ରାପଡା ଫାଣ୍ଡି ଅଧିକାରୀ ଏପି ସାହୁ, ଏଏସଆଇ ଏମଡି ସୁନାନୀ ଓ ସଇଁତଲା ମାରୱାଡି ଯୁବା ମଞ୍ଚର ସ୍ବେଚ୍ଛାସେବୀମାନେ ଚାଉଳ, ଡାଲି, ଆଳୁ, ପିଆଜ, ବିସ୍କୁଟ, ପାଉଁରୁଟି ଆଦି ଖାଦ୍ୟ ସାମଗ୍ରୀ ଆଣି ଅନ୍ତେବାସୀଙ୍କୁ ବଣ୍ଟନ କରିଥିଲେ । ଏଭଳି ଲକ୍‌ ଡାଉନ୍‌ ସମୟରେ ଏହି ଅନ୍ତେବାସୀଙ୍କୁ ସରକାରୀ ଅଧିକାରୀ ଓ ସ୍ବେଚ୍ଛାସେବୀମାନେ ସହାୟତା କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Share