Categories: ଖେଳ

ଗୁରୁଙ୍କୁ ମନେପକାଇ ଭାବୁକ ହେଲେ ସଚିନ

ଗୁରୁ ରମାକାନ୍ତ ଆଚରେକରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ଭାବୁକ ହୋଇଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଗୁରୁଙ୍କର ଏକ ପୁରୁଣା ଫଟୋ ଶେୟାର୍‌ କରି ସଚିନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଚରେକର୍‌ ସାର୍‌, ଆପଣ ସର୍ବଦା ମୋ ହୃଦୟରେ ରହିବେ ବୋଲି ଲେଖିଛନ୍ତି ସଚିନ। ଜାନୁଆରୀ ୨, ୨୦୧୯ରେ ସଚିନଙ୍କ ପିଲାଦିନର ଗୁରୁ ଆଚରେକରଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଥିଲା। ଖେଳରେ ଅତୁଳନୀୟ ଯୋଗଦାନ ପାଇଁ ଆଚରେକରଙ୍କୁ ୨୦୧୦ରେ ପଦ୍ମଶ୍ରୀ ଏବଂ ୧୯୯୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Share