ଗୁରୁଡ଼ିଝାଟିଆ ଆଇଆଇସିଙ୍କୁ ମହିଳାଙ୍କ ଠେଲାପେଲା, ଥାନା ସମ୍ମୁଖରେ ଧାରଣା

ଖୁଣ୍ଟୁଣୀ,୨୯।୧୧(ଡି.ଏନ୍‌.ଏ.): ଗୋଚର ଜମି ଉପରେ ପାଚେରୀ ନିର୍ମାଣକୁ ନେଇ ଗୁରୁବାର ଅପରାହ୍ନରେ ଗୁରୁଡ଼ିଝାଟିଆ ଥାନା ବାଳୀ ଗ୍ରାମର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗୋଟିଏ ପରିବାରର ସ୍ବାମୀସ୍ତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଥାନାରେ ଏନେଇ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାଡ଼ ଖାଇଥିବା ପରିବାରର ଏତଲାକୁ ରଖିଛି। ହେଲେ ଦୋଷୀଙ୍କୁ ଗିରଫ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶୁକ୍ରବାର ସକାଳେ ୫୦ରୁ ଊର୍ଦ୍ଧ୍ୱ ମହିଳା ସଂଘବଦ୍ଧ ଭାବେ ଗୁରୁଡ଼ିଝାଟିଆ ଥାନାରେ ପହଞ୍ଚି ଆଇଆଇସି କେତନ ବିସିଙ୍କୁ ଠେଲାପେଲା କରିବା ସହ ଧାରଣାରେ ବସିଥିବା ସୂଚନା ମିଳିଛି।

Share