Categories: ଫୁରସତ

ଗୁରୁଣ୍ଡିବା ମାରାଥନ୍‌

ପିଲା ଗୁରୁଣ୍ଡିବା ଆରମ୍ଭ କଲେ ଘରସାରା ଘୂରି ବୁଲନ୍ତି। ଏମିତିକି ଖଟ ତଳ, ଟେବୁଲ ତଳ କୋଣ ଅନୁକୋଣ ଭିତରେ ପଶି ଯାଆନ୍ତି। ଯେତେ ଅଟକାଇଲେ ବି ସେମାନେ ଅଟକି ନ ଥାଆନ୍ତି। ବୋଧହୁଏ ଏହାକୁ ନଜରରେ ରଖି ୨୦୦୫, କଲମ୍ବିଆରେ ଆୟୋଜନ ହୋଇଥିଲା କୁନି ପିଲାଙ୍କ ଗୁରୁଣ୍ଡିବା ମାରାଥନ୍‌। ଏହାର ପ୍ରଥମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ୮ରୁ ୧୮ ମାସର ୧୧୨୨ ଶିଶୁ। ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ୫ ମିଟର ଦୂରତା ଅତିକ୍ରମ କରିବାକୁ ହୁଏ। ଏହି ମାରାଥନ୍‌ ଦେଖିବାକୁ ଭାରି ମଜାଦାର୍‌ ଲାଗେ। ଅନେକ ଶିଶୁ ଫିନିଶିଂ ଲାଇନ୍‌ ଆଡକୁ ନ ଯାଇ ଅନ୍ୟ ଆଡେ ବି ଚାଲି ଯାଆନ୍ତି। ଫିନିଶିଂ ଲାଇନ୍‌ ଆଡକୁ ସେମାନଙ୍କ ଧ୍ୟାନ ଆକର୍ଷଣ କରିବା ସମୟଟି ବେଶ୍‌ କୌତୂହଳମୟ ଲାଗେ। ଏହି ପ୍ରତିଯୋଗିତା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯାଏ।

Share