Categories: ଖେଳ

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ

ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ମାଞ୍ଚେଷ୍ଟରରେ ଫାଇନାଲ ଟିକେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ତେବେ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ଅନ୍ଧବିଶ୍ୱାସକୁ ନେଇ କିଛି ଖାସ୍‌ କଥା..

ରୋହିତ୍‌ ଶର୍ମା
ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରି ୫ଟି ଶତକ ହାସଲ କରିଥିବା ରୋହିତ ଶର୍ମା ଜଣେ ଅନ୍ଧବିଶ୍ୱାସୀ। ଭାରତୀୟ ଦଳର ଲଗାତର ଉଇକେଟ୍‌ ପଡୁଥିଲେ ସେ ଆଦୌ ନିଜ ସିଟ୍‌ରେ ବସନ୍ତି ନାହିଁ। ଛିଡା ହୋଇ ମ୍ୟାଚ୍‌ ଦେଖନ୍ତି। ସିଟ୍‌ରେ ବସିଲେ ଭାରତୀୟ ଦଳ ଅଲଆଉଟ୍‌ ହୋଇଯିବ ବୋଲି ତାଙ୍କର ଧାରଣା ରହିଛି।

ରବୀନ୍ଦ୍ର ଜାଡେଜା
ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମ୍ୟାଚ୍‌ ଦିନ ଆମିଷ ଖାଆନ୍ତି ନାହିଁ।

ଭୁବନେଶ୍ୱର କୁମାର
ଭାରତୀୟ ଦଳକୁ ଯଦି ଶେଷ ଓଭରରେ ୧୦ ରନ୍‌ ଜିତିବାକୁ ଥାଏ ହାତରେ ଗୋଟିଏ କିମ୍ପା ଦୁଇଟି ଉଇକେଟ୍‌ ବାକିଥାଏ ତେବେ ଭୁବନେଶ୍ୱର କୁମାର ବାମ ଗୋଡ ହଲାନ୍ତି। ଏପରି କଲେ ଦଳ ଜିତେ ବୋଲି ତାଙ୍କର ବିଶ୍ୱାସ ରହିଛି।

ମହମ୍ମଦ ସାମି
ଚଳିତ ବିଶ୍ୱକପରେ ୪ଟି ମ୍ୟାଚରୁ ୧୪ଟି ଓ୍ବିକେଟ ନେଇ ଭାରତୀୟ ଦଳକୁ ସେମିଫାଇନାଲାରେ ପହଞ୍ଚାଇବାରେ ମହମ୍ମଦ ସାମିଙ୍କ ବଡ ହାତ ରହିଛି। ସେ ନିଜ ପାଖରେ ସବୁବେଳେ ୫ ବର୍ଷ ପୁରୁଣା ଅନ୍ତବସ୍ତ୍ର ରଖିଥାନ୍ତି। ସେଥିରେ ୪ହଜାର ୭୯୨ଟି କଣା ରହିଛି। ଭାରତୀୟ ଦଳ ବିପଦରେ ଥିବାବେଳେ ସେ ଏହାକୁ ବ୍ୟାଗ୍‌ରୁ କାଢି ନିଜ ପାଖରେ ରଖନ୍ତି। ପରେ ଭାରତ ବିଜୟୀ ହୁଏ ବୋଲି ତାଙ୍କର ଧାରଣା ରହିଛି।

ଶିଖର ଧାଓ୍ବନ
ମ୍ୟାଚ୍‌ ବେଳେ ଭାରତୀୟ ଦଳ ଯଦି ବିପଦରେ ପଡିଥାଏ ତେବେ ନିଜ ସିଟରୁ ଆଦୌ ଉଠନ୍ତି ନାହିଁ ଶିଖର ଧାଓ୍ବନ୍‌। ସିଟ୍‌ରୁ ଉଠିଲେ ଟିମ୍‌ ହାରିଯାଏ ବୋଲି ତାଙ୍କର ବିଶ୍ୱାସ ରହିଛି।

Share