Categories: ଜାତୀୟ

ଗୁରୁଦାସପୁର ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ

ଗୁରୁଦାସପୁର,୪।୯: ପଞ୍ଜାବର ଗୁରୁଦାସପୁରରେ ଥିବା ଏକ ବାଣ କାରଖାନାରେ ବୁଧବାର ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ବହୁ ଫାୟାର ଇଞ୍ଜିନିୟର ସେଠାରେ ପହଞ୍ଚିଛନ୍ତି। ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଲାଗି ପଡିଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାୟ ସମସ୍ତେ କାରଖାନାରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି। କାରଖାନାଟି ରେସିଡେନସିଆଲ୍‌ ଅଞ୍ଚଳରେ ହୋଇଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Share