Categories: ଜାତୀୟ

ଗୁରୁଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ସାରା ଦେଶରେ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏଥର ମଧ୍ୟ ଏହି ପବିତ୍ର ଦିବସକୁ ସାରା ଦେଶରେ ଗୁରୁବାର ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ସମୁଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟୁଇଟର ମାଧ୍ୟମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୧ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରବା ସହ ସେ ଜଣେ ଆଦର୍ଶ ଶିକ୍ଷକ ବୋଲି କହିଛନ୍ତି। ଗୁରୁ ଶିଷ୍ୟଙ୍କ ଏହି ପରମ୍ପରା ଯୁଗ ଯୁଗରୁ ରହି ଆସିଛି ଓ ରହିଥିବ ବୋଲି ଉଭୟ ମତ ରଖିଛନ୍ତି।

Share