ଗୁରୁଦ୍ୱାରାକୁ ଆଇଏସ୍‌ ଟାର୍ଗେଟ: ୨୫ ନିହତ

କାବୁଲ,୨୬ା୩: ଆଫଗାନିସ୍ତାନ ରାଜଧାନୀ କାବୁଲର କେନ୍ଦ୍ରସ୍ଥଳରେ ଥିବା ସଂଖ୍ୟାଲଘୁ ଶିଖ୍‌ମାନଙ୍କ ଗୁରୁଦ୍ୱାରା ଉପରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ୨୫ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଛନ୍ତି। କାବୁଲ ଶୋର୍‌ ବଜାରରେ ଥିବା ଏକ ଧର୍ମଶାଳାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଆକ୍ରମଣ ପାଇଁ ଆଇଏସ୍‌ ନିଜକୁ ଦାୟୀ କରିଛି। ସାରା ବିଶ୍ୱ କରୋନା ସଂକ୍ରମଣରେ ଆତଙ୍କିତ ହୋଇଥିବାବେଳେ ଆତଙ୍କବାrଦୀମାନେ ଧର୍ମସ୍ଥଳୀ ଉପରେ ଆକ୍ରମଣ କରିବା ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହା ଆକ୍ରମଣକାରୀ ଓ ସେମାନଙ୍କ ସମର୍ଥକମାନଙ୍କର ପୈଶାଚିକ ମାନସିକତା ବୋଲି ଭାରତ କହିଛି। କ୍ଷତିଗ୍ରସ୍ତ ହିନ୍ଦୁ ଓ ଶିଖ୍‌ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

Share