ଗୁରୁପ୍ରିୟା ସେତୁ ଉଦ୍‌ଘାଟନର ଦେଢ଼ବର୍ଷ ନ ପୂରୁଣୁ ଚାଲିଲା ମରାମତି କାର୍ଯ୍ୟ

ଚିତ୍ରକୋଣ୍ଡା, ୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ତଥା ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ ଖଣ୍ଡ ଗ୍ରାମର ଧିବାସୀ ଜଳବନ୍ଦୀ ଭିତରେ ରହିଥିଲେ। ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ। ତେବେ ଏହା ଉଦ୍‌ଘାଟନ ହେବାର ଦେଢ଼ ବର୍ଷ ନ ପୂରୁଣୁୁ ସେତୁ ମଝିରେ ଥିବା ୧୬ ନମ୍ବର ପିଲାର ଦୁଇ ପାର୍ଶ୍ୱରେ ଥିବା ଗାର୍ଡୱାଲର ଏକ୍ସପାନ୍‌ସନ୍‌ ଜଏଣ୍ଟ ନଷ୍ଟ ହୋଇଯାଇଛି। ତେବେ ମାଲକାନଗିରି ପୂର୍ତ୍ତ ବିଭାଗ ତରଫରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଦୁଇ ଦିନ ମଧ୍ୟରେ ଏହି ି କାମ ସରିବ ବୋଲି ଜଣାପଡ଼ିଛି।