ଗୁରୁବାରଠାରୁ କେରଳରେ ଖୋଲିବ ମଦ ଦୋକାନ

ଥିରୁଭାନନ୍ତପୁରମ,୨୭।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ମଦ ଦୋକାନ ବନ୍ଦ ରହିଥିଲା। ଏହି ସମୟରେ ଆବଶ୍ୟକୀୟ ଦୋକାନକୁ ଛାଡିଦେଲେ ଆଉ ବାକି ସବୁ ଦୋକାନ ବନ୍ଦ ରହିଥିଲା। କିନ୍ତୁ ଲକ୍‌ଡାଉନ ୪.୦ରେ କେନ୍ଦ୍ରସରକାର କେତେକ କଟକଣାକୁ କୋହଳ କରିବା ସହ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ହେଲେ ଏନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଦେଇଥିଲେ। ଇତିମଧ୍ୟରେ ପୂର୍ବରୁ ମଦ ଦୋକାନ ଖୋଲିବାକୁ ନିର୍ଣ୍ଣୟ କରି ନ ଥିବା କେରଳ ରାଜ୍ୟ ଏବେ ଏହା ପାଇଁ ଅନୁମତି ପ୍ରଦାନ କରିଛି। ଗୁରୁବାରଠାରୁ କେରଳରେ ମଦ ଦୋକାନ ଖୋଲାଯିବ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ମଦ ଖୋଲାଯିବାକୁ ଥିବା ବେଳେ ଭର୍ଚୁଆଲ କ୍ୟୁ ସିଷ୍ଟମ ମାଧ୍ୟମରେ ଏହାକୁ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ଗ୍ରାହକମାନଙ୍କୁ ମଦ କିଣିବା ପାଇଁ ଡିଜିଟାଲ ଲାଇନ ଲଗାଇବାକୁ ପଡ଼ିବ। ପୂର୍ବରୁ ସେମାନଙ୍କୁ ଏକ ନମ୍ବର ଦିଆଯିବ। ନମ୍ବର ଆସିଲେ ସେମାନଙ୍କୁ ଜଣାପଡ଼ିଯିବ ଏବଂ ସେମାନେ ଆସି ମଦ କିଣିପାରିବେ। ଏହି ବୁକିଂର ମଧ୍ୟ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକେ ମଦ ପାଇଁ ବୁକିଂ କରିପାରିବେ।

Share