ଗୁରୁବାରଠାରୁ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା କଳା, ସଂସ୍କୃତି

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହେବ। ଏହାସହ ଓଡ଼ିଶୀ, ଛଉନୃତ୍ୟ, ପ୍ରତ୍ନତତ୍ତ୍ୱ କାରୁକାର୍ଯ୍ୟ, ଜଙ୍ଗଲ, ଜୀବଜନ୍ତୁ ରାଜଧାନୀ ଏକ୍ସପ୍ରେସର ବାହାରପାର୍ଶ୍ୱରେ ସ୍ଥାନ ପାଇବ। ଏଥିପାଇଁ ନାଲ୍‌କୋ ଓ ପୂର୍ବତଟ ରେଳପଥ ମଧ୍ୟରେ ସେପ୍ଟେମ୍ବର ୨୩ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ରାଜଧାନୀର ୩ ରେକ୍‌ ବା ଟ୍ରେନ ପାଇଁ ପ୍ରତ୍ୟେକକୁ ୧ କୋଟି ହିସାବରେ ୩ କୋଟି ଖର୍ଚ୍ଚ କରାଯାଇଛି। ବିଜ୍ଞାପନ ଖର୍ଚ୍ଚ ବାବଦକୁ ନାଲ୍‌କୋ ଏହି ଟଙ୍କା ଖର୍ଚ୍ଚ କରିବାକୁ ଚୁକ୍ତି ହୋଇଛି। ଏହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିଶେଷ ପ୍ରଚାର ପ୍ରସାର ହୋଇପାରିବ। କୋଚ୍‌ର ବାହାର ପାର୍ଶ୍ୱ ଦୁଇ ଗ୍ଲାସ୍‌ ମଧ୍ୟବର୍ତ୍ତୀ ଅଂଶରେ ଏସବୁ ଚିତ୍ର ଅଙ୍କାଯାଇଛି। ସମସ୍ତ ଚିତ୍ରର ଫ୍ରେମିଂ କରାଯିବା ଭଳି ପଟ୍ଟଚିତ୍ରର ଏକ ଷ୍ଟ୍ରିପ୍‌ କରାଯାଇଛି। ଏହା ଚିତ୍ରିତ କୋଚ୍‌କୁ ଆହୁରି ସୁନ୍ଦର କରୁଛି।

Share