Categories: ଜାତୀୟ

ଗୁରୁବାର ଯାଏ ବଢ଼ିଲା ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୨୮।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଅନ୍ତରୀଣ ଜାମିନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ବଢ଼ାଇ ଦେଇଛନ୍ତି। ଚିଦାମ୍ବରମ୍‌ଙ୍କୁ ଗୁରୁବାର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରି ଉପରେ ରୋକ ଲଗାଇଛନ୍ତି କୋର୍ଟ। ଶୁଣାଣି ସମୟରେ ଇଡି ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ ଜଣାଇଛନ୍ତି ଯେ, ଚିଦାମ୍ବରମ ଭିକ୍ଟିମ କାର୍ଡ ଖେଳୁଛନ୍ତି ଯେପରିକି ଇଡି ତାଙ୍କୁ ଗିରଫ କରିପାରିବ ନାହିଁ। ସେ ବେଆଇନ ଅର୍ଥ କାରବାରରେ ଲିପ୍ତ ଥିବାର ନିର୍ଦ୍ଦିଷ୍ଟ ଓ ପର୍ଯ୍ୟାପ୍ତ ପ୍ରମାଣ ସିବିଆଇ ଓ ଇଡି ନିକଟରେ ରହିଛି ବୋଲି ତୁଷାର କହିଛନ୍ତି। ସୂଚନାଯୋଗ୍ୟ, ଚିଦାମ୍ବରମ ଅଗଷ୍ଟ ୩୦ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ଅଛନ୍ତି।

Share