Categories: ଜାତୀୟ

ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ ଦେବେ। ଏହି ଦୁଇ ମାମଲାର ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେବେ। ଫ୍ରାନ୍ସର ରାଫାଲ ଯୁଦ୍ଧ ବିମାନ କିଣାରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏନେଇ ପୁନର୍ବିଚାର ଆବେଦନ କରାଯାଇଥିଲା। ସେହିପରି ସାବରିମାଲାରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳା ପ୍ରବେଶ ନିଷେଧ ସମ୍ପର୍କିତ ମାମଲାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇବ।

Share