Categories: ଜାତୀୟ

ଗୁରୁଭାୟୁର ମନ୍ଦିରରେ ମୋଦିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା: ୧୧୨ କେଜି ପଦ୍ମ ଫୁଲରେ କରାଗଲା ଓଜନ

ଥିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ ମୋଦି ପହଞ୍ଚିଛନ୍ତି। ଏଠାରେ ‘ତୁଲା ଭରଣ’ର ପୂଜା ପରମ୍ପରା ରହିଛି। ଏଥିପାଇଁ ମୋଦିଙ୍କୁ ପଦ୍ମ ଫୁଲରେ ଓଜନ କରାଯାଇଛି। ପୂଜାର୍ଚ୍ଚନା ପାଇଁ ଜଣେ ମୁସଲିମ୍‌ ଚାଷୀ ପରିବାରଙ୍କ ଠାରୁ ୧୧୨ କିଲୋଗ୍ରାମର ଫଦ୍ମ ଫୁଲ କିଣା ଯାଇଥିଲା। ଏହାପରେ ମନ୍ଦିରରେ ମୋଦି ସ୍ବତନ୍ତ୍ର ପୂଜା କରିବା ସହ ମନ୍ଦିର ପରିସର ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୨ଦିନିଆ କେରଳ ଗସ୍ତରେ ଅଛନ୍ତି। ପୂଜାର୍ଚ୍ଚନା ସରିବା ପରେ ମୋଦି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। କେରଳ ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ମାଲଦୀପ ରହିଥିବା ଜଣାପଡ଼ିଛି।

Share