Categories: ଜାତୀୟ

ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ। ଲୋକେ ତାଙ୍କର ଦିବ୍ୟ ବାଣୀରୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ନାନକ ଦେବ ସମାଜରେ ସାମ୍ୟତା ଏବଂ ଗଣତାନ୍ତ୍ରିକ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବାଣୀ ଜନସମାଜକୁ ସବୁବେଳେ ନୈତିକ ଶିକ୍ଷା ପ୍ରଦାନ କରି ସଦ୍‌ଭାବନା ସୃଷ୍ଟି କରୁଥିବ ବୋଲି ସେ କହିଛନ୍ତି।

Share