Categories: ଜାତୀୟ

ଗୁରେଜ ସେକ୍ଟରରେ ୬ ବର୍ଷ ପରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ଆତଙ୍କବାଦୀ ମୃତ

ଦ୍ରାସ,୭।୧୦: ଜମ୍ମୁ-କଶ୍ମୀରରେ ଏବେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ସବୁ ପ୍ରୟାସ ଆରମ୍ଭ କରି ସାରିଛି ବୋଲି କୁହାଯାଉଛି। ହେଲ ସୁରକ୍ଷାକର୍ମୀଙ୍କ କଡା ନଜରରୁ ଏମାନେ ବର୍ତ୍ତି ପାରୁ ନାହାଁନ୍ତି। ପାକିସ୍ତାନ ଏବେ ଅନୁପ୍ରବେଶ କରିବାକୁ ନୂଆନୂଆ ଉଦ୍ୟମ ଆପଣାଉଥିବା ଜଣାପଡିଛି। ଭାରତୀୟ ସେନାଙ୍କ ଆକ୍ରମଣରେ ଏବେ ସିନ୍ଧ ଘାଟିର ଗୁରେଜ ସେକ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଦୀର୍ଘ ୬ ବର୍ଷ ପରେ ଗୁରେଜ ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା କୁହାଯାଉଛି। ସେନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀଙ୍କ ଏହି ଅନୁପ୍ରବେଶ ଉଦ୍ୟମ ଘଟଣା ସେପ୍ଟେମ୍ବର ୨୭ ଓ ଅକ୍ଟୋବର ୩ର।

Share