ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌ ଆଈନାତି: ୫ଶହ ଭାତା, ୧୦ କେ.ଜି. ଚାଉଲ ସାହାଭରସା

ଲାଠୋର, ୧୯।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ଚାଉଲଡ଼ିଆ ଗଁାର ବୁରୁଧ୍‌ ବିଧବା ପ୍ରେମ କୁମ୍ଭାର(୭୦) ଆର ନାତି ମହେଶ କୁମ୍ଭାର(୬)। ଜାଗାବାଡ଼ି, ଘରଦୁଆର ଅଭାବୁ ଦୁଇ ଆଈନାତି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିବାର ଦେଖ୍‌ବାକେ ମିଲିଛେ। ସରକାରୀ ଯୋଜନାରେ ଘରଡ଼ିହ ଆର ପକାଘର ଖଁଡ଼େ ଯୁଗେଇ ଦେବାକେ ବୁରୁଧ୍‌ ପ୍ରେମ ଦାବି କରିଛନ୍‌।
ସୂଚନା ଅନ୍‌ସାରେ ଚାଉଲଡ଼ିଆ ଗଁାର ବୁରୁଧ୍‌ ବିଧବା ପ୍ରେମ କୁମ୍ଭାର(୭୦)କଁର ପରିବାର କହେଲେ ବିଧବା ବହ ଗାୟତ୍ରୀ, ନାତି ମହେଶ ଆର ପ୍ରଭାତକୁଁ ନେଇ ସଁସାର। ପରବାରଟା ନିହାତି ଗରିବ୍‌, ଜମିବାଡ଼ି, ଘରଡିହ ବଲି କିଛି ନାଇଁ। ଗଁାମୁଡେ ଗୁଟେ ଗୋଚର ଜାଗାରେ ଝାଟିମାଟିର କୁରିଆଟେ କରି ପରିବାର ମୁଡ଼ ଗୁଁଜିଛନ୍‌। ବଛ୍‌ରେ ତଲେ ଦୁଖ୍‌ସୁଖ, ଦାଦନ ଖଟି ପରିବାରଟା ହଁସଖୁସିରେ ଚଲିଯାଉଥିଲେ। ଗଲା ବଛର ବୁରୁଧ୍‌ ପ୍ରେମକୁଁ ଛାଡ଼ି ପୁଓ କାହ୍ନା କୁଟୁମବସିଆ ଆନ୍ଧ୍ରପ୍ରଦେଶକେ ଦାଦନ ଖଟି ଯାଇଥିଲେ। ହେଲେ ସେଠାନେ କାମ୍‌ କଲାବେଲେ ବିଦ୍ୟୁତ୍‌ ଆଘାତ୍‌ରେ କାହ୍ନାକଁର ମୁର୍‌ତୁ ହେଇଥିଲା। କାହ୍ନାକଁର ମୁର୍‌ତୁରେ ପରିବାରଟା ଭାଂଗି ପଡ଼ିଥିଲେ। ମାସ୍‌କେତେ ଉତାରୁ କାହ୍ନାକଁର ମାଏକିନା ଗାୟତ୍ରୀ ବଡ଼ ପୁଓ ମହେଶକେ ବୁଢ଼ୀ ଶାଶ୍‌ ପ୍ରେମକଁର ପାସେ ଛାଡ଼ି ସାନପୁଓକେ ଧରି ବାପ୍‌ ଘରକେ ପଲେଇ ଗଲେ। ଏନ୍‌ତାଥି ଆଈନାତି ବେସାହାରା ପାଲଟିଯାଇଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବଲାଙ୍ଗୀର ଜିଲା ଶିଶୁ ସୁରକ୍ଷା ଅଧ୍‌କାରୀ ଲକ୍ଷ୍ମୀ ସିଂ ଆର ଜିଲା ସମାଜ ସୁରକ୍ଷା ଅଧ୍‌କାରୀ କ୍ଷିରୋଦ୍ର ତ୍ରିପାଠିକଁର ନିରଦେଶରେ ସାମାଜିକ କରମୀ ଅରୁଣ ଖୁଆସ ଚାଉଲଡ଼ିଆ ଗଁାରେ ପୁହୁଁଚିଥିଲେ। ସେ ଗଁାବାସୀକର ସଂଗେ ଆଲୋଚନା କରବାର ସଂଗେ ୧୬ା୩ା୨୦୧୯ରେ ଆଈନାତିକୁ ଉଧାର କରିଥିଲେ। ବୁରୁଧ୍‌ ପ୍ରେମକୁଁ ଜରାସିଂହା ପାସର ସାଲେପାଲି ବୃଦ୍ଧାଶ୍ରମରେ ଆର ସେ ଗଁାରେ ଥିବାର ମଙ୍ଗଳ ପାଠାଗାର ଶିଶୁ ଗୃହରେ ମହେଶକୁଁ ଥଇଥାନ କରିଥିଲେ। ହେଲେ ଆଈନାତି ସେଠାନେ ଦିନାକେତେ ରହିଲା ଉତାରୁ ଗଁାକେ ପଲେଇ ଆସିଥିଲେ। ଏହେଦେ ବୁରୁଧ୍‌ ପ୍ରେମ ମାସିକ ପାଉଥିବାର ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲରେ ଆଈନାତି ବଡ଼ା ଗୁଲ୍‌ଗୁଲା ହେଇ ଚଲୁଛନ୍‌। ଇ ଦିଗେ ଜିଲା ଆର ଥାନୀଅ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌କୁଁ ସରକାରୀ ଯୋଜନାରେ ୪ ଡେସିମିଲ ଘରଡିହ, ପକାଘର ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

Share