ଗୁଳି, ଭୁଜାଲି ମାଡ଼ ଘଟଣା:୨ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୦।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସଷ୍ଟାଣ୍ଡ ନିକଟରେ ଗୁରୁବାର ଘଟିଥିବା ଗୁଳି ଓ ଭୁଜାଲି ମାଡ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପ୍ରମୋଦ ମଲ୍ଲିକ ଏବଂ ବିଷ୍ଣୁ ମହାପାତ୍ର। ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଶୀଘ୍ର ଗିରଫ ହେବେ ବୋଲି ବରଗଡ଼ ଏସ୍‌ପିି ଏସ୍‌. ମିନା ସୂଚନା ଦେଇଛନ୍ତି।
ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ ଗଠନ ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ରାତି ପ୍ରାୟ ୯ଟାରେ କିଛି ଯୁବକ ଭୁଜାଲି ଏବଂ ବନ୍ଧୁକ ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ କରିବାରୁ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।