ଫିରୋଜାବାଦ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧର ନିଆଁ ଜଳୁଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଏତିକି ବେଳେ ବିରୋଧ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ମଧ୍ୟ ନାକେଦମ ହେଲାଣି। ଉତ୍ତର ପ୍ରଦେଶରେ ସିଏଏ ଆନ୍ଦୋଳନ ହିଂସ୍ର ରୂପ ନେଉଥିବା ବେଳେ ଶନିବାର ସୁଦ୍ଧା ଏଠାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଶନିବାର ବିରୋଧ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଯିବା ସମୟରେ ପୋଲିସ-ଜନତାଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଶ୍ଚର୍ଯ୍ୟର କଥା କନଷ୍ଟେବଳ ବିଜେନ୍ଦ୍ର କୁମାରଙ୍କ ଉପରକୁ ଯେଉଁ ଗୁଳିମାଡ ହୋଇଥିଲା ତାହା ତାଙ୍କ ବୁଲେଟ ଫ୍ରୁଫ୍ ଜ୍ୟାକେଟ୍ ଆତିକ୍ରମ କରି ପକେଟ୍ରେ ଥିବା ପର୍ସରେ ଅଟକି ଯିବାରୁ ତାଙ୍କର କିଛି କ୍ଷତି ହୋଇ ନ ଥିଲା। ଏହାକୁ ନେଇ ବିଜେନ୍ଦ୍ର କହିଛନ୍ତି ଏବେ ତାଙ୍କୁ ନୂଆ ଜୀବନ ପାଇବା ଭଳି ଲାଗୁଛି।