ଗୁହାଳରେ ଅଗ୍ନିକାଣ୍ଡ: ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ

ଆଳି,୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାହାରକୁଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ବାଙ୍କ ବିହାରୀ ଦାସଙ୍କ ଗୁହାଳ ଘରେ ନିଆଁ ଲାଗି ୨ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗାଈ ଆହତ ହୋଇଥିବା ଜଣାପଡିଛି l ଏଥିସହ ଗୁହାଳ ଘରେ ଥିବା ୩ଟି ନାଗ ଓ ଗୋଟିଏ ଚିତି ସାପ ଜଳିଯାଇଥିବା ଦେଖିବାକୁ ମିଳିଛି l ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।