Categories: ଜାତୀୟ

ଗୃହବନ୍ଦୀ ଥିବା ଓମାରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ୟେଚୁରୀ-ମମତା ପ୍ରକାଶ କଲେ ଉଦ୍‌ବେଗ

ଶ୍ରୀନଗର,୨୬।୧: ଗତ ୫ ମାସରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଏକ ଫଟୋ ଶନିବାର ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଫଟୋରେ ଓମାରଙ୍କୁ ଚିହ୍ନି ହେଉନାହିଁ। ତାଙ୍କ ମୁହଁରେ ଦାଢ଼ି ଭର୍ତ୍ତି ହୋଇଯାଇଛି। ଏହି ଫଟୋ ନେଇ ଏବେ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତଭଳି ଗଣତାନ୍ତ୍ରିକ ଦେଶରେ ଜଣେ ରାଜନେତାଙ୍କ ପ୍ରତି ଏଭଳି ଆଚରଣ ଶାସକ ଦଳ ପାଇଁ ଅତ୍ୟନ୍ତ ଲଜ୍ଜା ଜନକ ଘଟଣା ବୋଲି ସିପିଆଇ ମହାସଚିବ ସୀତାରାମ ୟେଚୁରୀ କ୍ଷୋଭ ପ୍ରକାଶ କରି କହିଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶାସକ ଦଳଙ୍କର ଏଭଳି କାର୍ଯ୍ୟର ଅନ୍ତ କେବେ ଘଟିବ ବୋଲି ସେ ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଜମ୍ମ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଅଗଷ୍ଟ ୫ ପରଠାରୁ ଓମାରଙ୍କ ସମେତ ଅନ୍ୟ ବହୁ ରାଜନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା।

Share