Categories: ଜାତୀୟ

ଗୃହମନ୍ତ୍ରୀ ପଦରୁ ଭାଇଙ୍କୁ ବିଦାକଲେ ମେଘାଳୟ ମୁଖ୍ୟମନ୍ତ୍ରୀ

ଶିଲଂ,୧୩ା୨(ପି.ଟି.): ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ କେ. ସଙ୍ଗ୍‌ମା ବୁଧବାର ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସେ ତାଙ୍କ ଭାଇ ଜେମ୍ସ କେ. ସଙ୍ଗ୍‌ମାଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇଦେଇଛନ୍ତି। ଏଥିସହିତ ତାଙ୍କ ହାତରୁ ଜିଲାପରିଷଦ ବ୍ୟାପାର ବିଭାଗକୁ ମଧ୍ୟ କାଢ଼ିନିଆଯାଇଛି। ଜେମ୍ସଙ୍କୁ ଗୃହମନ୍ତ୍ରୀ ପଦ ଦିଆଯାଇଥିବାରୁ ଅନ୍ୟ ମନ୍ତ୍ରୀମାନେ ଅସନ୍ତୁଷ୍ଟ ଥିଲେ। ବେଆଇନ କୋଇଲା ପରିବହନରେ ସମ୍ପୃକ୍ତ ଜେମ୍ସଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବା ପାଇଁ ମେଣ୍ଟ ସରକାରର ସହଯୋଗୀ ଦଳ ଦାବି କରୁଥିଲେ। ତେବେ ଜେମ୍ସଙ୍କ ହାତରେ ଶକ୍ତି, ଖାଦ୍ୟ, ସାଧାରଣ ଯୋଗାଣ, ଖାଉଟି ବ୍ୟାପାର ଓ ଆଇନ ବିଭାଗ ପୂର୍ବଭଳି ରହିଛି।

Share