Advertisement

ଗୃହିଣୀଙ୍କ ପାଇଁ..

ଚୋପା ଛଡ଼ାଇବା ପାଇଁ ସର୍ବପ୍ରଥମେ ରସୁଣକୁ ଏକ ବକ୍ସରେ ପୂରାଇ ରଖନ୍ତୁ। ପୁଣି ଡବା ବନ୍ଦ କରି ଦିଅନ୍ତୁ। ଏହା ପରେ ପରେ ଡବାରେ ଜୋର୍‌ରେ ହଲାନ୍ତୁ। ଦେଖିବେ ଏହାଦ୍ୱାରା ରସୁଣର ସବୁ ଚୋପା ଅଲଗା ହୋଇଯିବ।
ଆପଣ ରସୁଣ ଚୋପା ଛଡ଼ାଇବା ପାଇଁ ମାଇକ୍ରୋଓ୍ବେଭ୍‌ର ସହାୟତା ନେଇପାରିବେ। ଏହି ଟ୍ରିକ୍ସର ଆପଣାଇବାକୁ ହେଲେ ଆପଣ ଏକ ବାଓଲରେ ରସୁଣ ମାଇକ୍ରୋଓ୍ବେଭ୍‌ରେ ୨୦-୩୦ସେକେଣ୍ଡ ପାଇଁ ରଖି ଦିଅନ୍ତୁ। ଏହାପରେ ରସୁଣକୁ ଭଲଭାବେ ଚୋପା ଛଡ଼ାଇ ଏହାକୁ ବ୍ୟବହାର କରିପାରିବେ।
ଆମେ ଆପଣଙ୍କୁ ଏମିତି ଟ୍ରିକ୍ସ କହିବୁ ଯାହା ପ୍ରଫେସନାଲ ସେଫ୍‌ ବ୍ୟବହାର କରିଥାନ୍ତି। ଏଥିପାଇଁ ଆପଣ ଏକ ରସୁଣ ନିଅନ୍ତୁ। ଏହାକୁ ମଝିରୁ କାଟି ଦିଅନ୍ତୁ। ଏହାଦ୍ୱାରା ରସୁଣର ଚୋପା ସହଜରେ ଛାଡ଼ିଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel