Categories: ଫୁରସତ

ଗୃହିଣୀଙ୍କ ପାଇଁ.

ଆଳୁକୁ ରୋଷେଇ କରିବା ପୂର୍ବରୁ ଚୋପା ଛଡାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଲେ ତାହା ଜଲ୍‌ଦି ସିଝିଯାଏ।

ସିଝା ଆଳୁ ଯଦି ପୁରୁଣା ହୋଇଯାଇଛି ତେବେ ଲୁଣ ପାଣିରେ ପକାଇ ଫୁଟାଇ ଦେଲେ ବାସିପଣ ଦୂର ହୋଇଯାଇଥାଏ।
ଆଳୁ ଜଲ୍‌ଦି ସିଝିବା ପାଇଁ ଚାହୁଁଥିଲେ ଏହାକୁ ଲମ୍ବା ଆକାରରେ କାଟନ୍ତୁ।

ପୁରୁଣା ବାସି ଆଳୁ ସ୍ବାଦିଷ୍ଟ କରିବାକୁ ହେଲେ ଗରମ କରିବା ସମୟରେ ସେଥିରେ ଟିକେ ଲେମ୍ବୁ ରସ ଓ ଅଳ୍ପ ଚିନି ପକାଇ ଦିଅନ୍ତୁ। ଏହାଦ୍ୱାରା ଆଳୁ ରଙ୍ଗ ଅପରିବର୍ତ୍ତିତ ରହିବ ଏବଂ ଚଟାପଟ୍‌ ହେବ।
ଆଳୁ ପରଟା ପ୍ରସ୍ତୁତ କରିବା ସମୟରେ ଆଳୁ ମିଶ୍ରଣରେ କସ୍ତୁରୀ ମେଥି ଓ ଆମଚୁର ମିଶାଇ ଦିଅନ୍ତୁ , ଦେଖିବେ ପରଟାର ସ୍ବାଦ ବଢ଼ିଯିବ।

ଆଳୁ ସିଝାଇବା ସମୟରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ, ଏପରି କରିବା ଦ୍ୱାରା ଆଳୁ ଫାଟିବନି ଓ ଏଥିରୁ ସହଜରେ ଚୋପା ଛାଡ଼ିଯିବ।

ଆଳୁ କଚୋଡି ପ୍ରସ୍ତୁତ କରିବା ସମୟରେ ମସଲାରେ ଅଳ୍ପ ବେସନ ଭାଜିକି ପକାଇ ଦିଅନ୍ତୁ ଏହାଦ୍ୱାରା କଚୋଡିର ସ୍ବାଦ ବଢ଼ିଯିବ।

Share