ଗୃହ ପରିଚାଳନାକୁ ନେଇ କଂଗ୍ରେସର କ୍ଷୋଭ: ବିଧାନସଭା ନିୟମ ମାନୁନାହାନ୍ତି ବାଚସ୍ପତି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୃହ ପରିଚାଳନାକୁ ନେଇ କଂଗ୍ରେସ ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସଭା ନିୟମ ଅନୁଯାୟୀ ଗୃହ ପରିଚାଳନା ହେଉନାହିଁ। ମନଇଚ୍ଛା ସଦସ୍ୟମାନଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବକୁ ଅଯଥାରେ ଲମ୍ବାଇ ଦିଆଯାଉଛି। ଜଣେ ଜଣେ ସଦସ୍ୟଙ୍କୁ ଦୀର୍ଘ ସମୟ କହିବାକୁ ସୁଯୋଗ ଦିଆଯାଉଛି। ପୂର୍ବରୁ ଗୃହରେ ଏଭଳି ପରମ୍ପରା ଦେଖିବାକୁ ମିଳି ନ ଥିଲା। ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ଡାକି ତୁରନ୍ତ ଏହା ଉପରେ ଆଲୋଚନା କରନ୍ତୁ। କେଉଁ ବିଷୟ କେତେ ସମୟ ଆଲୋଚନା ହେବ, ସେ ନେଇ ସମୟ ନିର୍ଦ୍ଧାରଣ କରାଯାଉ ବୋଲି କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ।

Share