ଡାଇବେଟିସ୍ ଏବେ ଚିକିତ୍ସକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। କାରଣ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ରିସର୍ଚ୍ଚ ମେଡିକାଲ ଜର୍ନାଲ ଡାଏବେଟୋଲୋଜିଆରେ ପ୍ରକାଶିତ ଏକ ଖବର ଅନୁଯାୟୀ ଗେଡା ଲୋକଙ୍କଠାରେ ଟାଇପ୍ ୨ ଡାଇବେଟିସ୍ ଆଶଙ୍କା ଅଧିକ ଥାଏ। ଏହାର କାରଣ ହେଉଛି ଏମାନଙ୍କ ଲିଭରରେ ଫ୍ୟାଟ ଅଧିକ ଥାଏ। ଯାହାର ସମ୍ପର୍କ ହୃଦରୋଗ, ଷ୍ଟ୍ରୋକ୍ ଓ ଡାଇବେଟିସ୍ ସହ ରହିଥାଏ। ତେଣୁ ଏମାନେ ନିଜ ଜୀବନ ଶୈଳୀ ଉପରେ ଧ୍ୟାନ ଦେଲେ ଏହାକୁ ସହଜରେ ଦୂରେଇ ଦେଇ ହେବ। ଅନିୟମିତ ଜୀବନଶୈଳୀ ଏମାନଙ୍କୁ ବୟସ ହେବା ପୂର୍ବରୁ ଡାଇବେଟିସ୍ ଭଳି ନିରବଘାତି ରୋଗ ମୁଖକୁ ଠେଲି ଦେଇଥାଏ ବୋଲି କୁହାଯାଇଛି। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରୁଟିନ୍ ଚେକଅପ୍ କଲେ ଏହା ନିୟନ୍ତ୍ରଣରେ ରହିବ ବୋଲି ଉଲ୍ଲେଖ କରାଯାଇଛି।