ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍‌: ହଇରାଣ ହେଲେ ୧୨ ହଜାର ଯାତ୍ରୀ

ଟୋକିଓ,୨୪।୬: ଜାପାନର ଟ୍ରେନ୍‌ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍‌ର ଆସିବା ଏବଂ ଛାଡିବା ସମୟ ସବୁବେଳେ ଠିକ ଥାଏ। ଟ୍ରେନ୍‌ ସମୟ ଅନୁସାରେ ଲୋକେ ନିଜର ଘଣ୍ଟା ସମୟ ଯାଞ୍ଚ୍‌ କରିଥାନ୍ତି। ତେବେ ଜାପାନରେ ୨୬ଟି ଟ୍ରେନ୍‌ ଗେଣ୍ଡା ଯୋଗୁ ଅଟକି ରହିଥିଲା। ଫଳରେ ଟ୍ରେନ୍‌ରେ ଯାତ୍ରା କରୁଥିବା ୧୨ ହଜାର ଯାତ୍ରୀ ହଇରାଣ ହୋଇଥିବା କୁହାଯାଉଛି। ଏଠାରେ ଗେଣ୍ଡା ରେଳ ଲାଇନ୍‌ ଉପରେ ଚାଲିବା ଯୋଗୁ ଶର୍ଟ ସର୍କିଟ୍‌ ହୋଇଥିଲା। ଫଳରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ପରେ ଏହାକୁ ଠିକ କରାଯାଇ ଟ୍ରେନ୍‌ ଚଳାଚଳ କରିଥିଲା।

Share