ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ ଏବେ ଚର୍ମ ରୋଗ ଜଟିଳ ରୂପ ଧାରଣ କରିଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ଦାଗ ଭଳି ସମସ୍ୟା ଦେଖାଦେଉଛି। ଯଦି ସମୟ ପୂର୍ବରୁ ଏହାର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତା’ହେଲେ ଏହା ପୂରା ଶରୀରକୁ ମାଡ଼ି ଯାଇଥାଏ। ଏହାର ନିରାକରଣ ପାଇଁ ଲୋକେ ବହୁ ଦାମିକିଆ କ୍ରିମ୍‌ ଲୋଶନ ବ୍ୟବହାର କରିଥାନ୍ତି। ଏହା ବ୍ୟୟବହୁଳ ହୋଇଥିବା ବେଳେ ବହୁ ସମୟରେ ଏଥିରେ ଶୀଘ୍ର ଭଲ ହୋଇ ନ ଥିବା ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ସହଜ ଉପାୟ।
*ଯଦି କୌଣସି ଚର୍ମ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଗେଣ୍ଡୁଫୁଲ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏଥିରେ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଯାହାକି ଦାଗ, କାଛୁ, କୁଣ୍ଡିଆକୁ ଭଲ କରିବାରେ ସହାୟକ ହୋଇଥାଏ।
*ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଫୁଲର ଏକ ପେଷ୍ଟ ତିଆରି କରନ୍ତୁ ଏବଂ କୁଣ୍ଡେଇ ହେଉଥିବା ସ୍ଥାନରେ ଏହାକୁ ଲଗାନ୍ତୁ। କିଛି ସମୟ ପରେ ଏହା ଶୁଖିଗଲେ ଥଣ୍ଡା ପାଣିରେ ତାକୁ ଧୋଇଦିଅନ୍ତୁ।
*ଏହି ପେଷ୍ଟକୁ ସକାଳେ ଏବଂ ସନ୍ଧ୍ୟାରେ ଲଗାନ୍ତୁ। ଏଥିସହ ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଚର୍ମ ରୋଗ ଭଲ ହୋଇଯିବ। ତେବେ ଏହି ପ୍ରୟୋଗ ଦ୍ୱାରା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥାଏ।

Share