ଗେମ୍‌ ଖେଳୁଛି ପାକିସ୍ତାନ: ଆମେରିକା ସହ ସମ୍ପର୍କ ରଖି ଚାଇନାକୁ ବିବାହ କରୁଛି

ଇସଲାମାବାଦ,୨୦।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଥମ ଉଚ୍ଛସ୍ତରୀୟ ବୈଠକ ଲାଗି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦେଖି ଏବେ ବିଶେଷଜ୍ଞମାନେ କହିଛନ୍ତି ପାକିସ୍ତାନ ଓ୍ବାଶିଂଟନ ଓ ଇସଲାମାବାଦ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଲାଗି ଦୁଇ ପ୍ରକାର ଖେଳ ଖେଳୁଛି। ବିଶ୍ୱରେ ବେଜିଂର ରଣନୀତି, ଏହାର ଦଖଲକୁ ସକ୍ରିୟ ରୂପରେ ସହାୟତା କରିବା, ପାଳନ କରିବା ଓ ଏହାକୁ ପ୍ରୋତ୍ସାହନ ଦେବାରେ ସହଯୋଗ କରୁଛି ପାକିସ୍ତାନ। ପାକିସ୍ତାନ ଏ କ୍ଷେତ୍ରରେ ନିଜ ରଣନୀତିର ମହତ୍ୱ ବୁଛୁଝି। ସେଥିପାଇଁ ଜାତିସଂଘକୁ ଆର୍ଥିକ ଓ ସେନା ସହାୟତା ନେଇ ମନାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି। ପ୍ୟାରିସରେ ଥିବା ପାକିସ୍ତାନର ଜଣେ ଖବରଦାତା ତାହା ସିଦ୍ଦିକି କହିଛନ୍ତି, ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ସେଥିପାଇଁ ତାକୁ ଆମେରିକାର ସେନା ଓ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଅନୁମାନ କରାଯାଉଛି କି ପାକିସ୍ତାନ ଚାଇନା ସହ ସମ୍ପର୍କରେ ରହିଛି ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ କଥା ହୋଇଛି। ପାକିସ୍ତାନ ଆହୁରି ମଧ୍ୟ ଜାଣିଛି କି ଆମରିକା ଚାଇନର ପ୍ରବେଶକୁ ନେଇ ଓ୍ବାଶିଂଟନ ପ୍ରତିବନ୍ଧକ ଲଗାଇପାରେ ସେଥିପାଇଁ ପାକିସ୍ତାନ ଦୋହରା ନୀତି ଆପଣାଇ ଦୁଇ ପ୍ରକାର ଖେଳ ଖେଳୁଛି। ଯେଉଁଥିରେ ସେ ଆମେରିକା ଓ ଚାଇନାକୁ ଇସଲାମାବାଦ ସହ ଯୋଡି ରଖିବାକୁ ଚାହୁଁଛି।

Share