Categories: ଖେଳ

ଗେଲ୍‌ଙ୍କୁ ବଜାର ରଖିଲା ପଞ୍ଜାବ

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ବିସ୍ଫୋରକ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭିଡ ମିଲର, ଇଂଲଣ୍ଡର ସାମ କୁରାନ ଓ ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁ ଟାଏଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ରିଲିଜ କରିଛି। ତେବେ ୪୦ ବର୍ଷୀୟ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ଦଳ ବଜାୟ ରଖିଛି। ଗତବର୍ଷ ୮.୪ କୋଟି ଟଙ୍କାରେ କ୍ରୟ ହୋଇଥିବା ତାମିଲନାଡୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ରିଲିଜ କରାଯାଇଛି।
ବିଲିଙ୍ଗ୍ସ, ଓ୍ବିଲି, ମୋହିତଙ୍କୁ ରିଲିଜ କଲା ଚେନ୍ନାଇ
୩ଥର ଆଇପିଏଲ ଟାଇଟଲ ଜିତିଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଇଂଲଣ୍ଡ କ୍ରିକେଟର ସାମି ବିଲିଙ୍ଗ୍ସ ଓ ଡେଭିଡ ଓ୍ବିଲିଙ୍କୁ ରିଲିଜ କରିଛି। ଏଥି ସହିତ ୩ ଭାରତୀୟ ଖେଳାଳିଙ୍କୁ ମଧ୍ୟ ରିଲିଜ କରାଯାଇଛି। ଡିସେମ୍ବର ୧୯ରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ତେବେ ଦଳ କେତେକ କୋର ଖେଳାଳିଙ୍କୁ ବଜାୟ ରଖିଛି।
ବଜାୟ ରହିଥିବା କୋର ଖେଳାଳି:
ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ରବୀନ୍ଦ୍ର ଜାଡେଜା, ହରଭଜନ ସିଂ, ଅମ୍ବାତି ରାୟୁଡୁ, ମୁରଲୀ ବିଜୟ, କେଦାର ଯାଦବ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ଡେନ୍‌ ବ୍ରାଭୋ, ଶେନ ଓ୍ବାଟସନ।

Share