Categories: ଖେଳ

ଗେଲ ନ ଖେଳିଲେ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିପିଏଲ ଦଳ

ଢାକା,୨୮।୧୧(ଏଏଫ୍‌ପି)- ଆଗାମୀ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ରେ ଓ୍ବେଷ୍ଟଇଣ୍ଡିଜ ଷ୍ଟାର ଓପନର କ୍ରିସ୍‌ ଗେଲ୍‌ ନ ଖେଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଚାଟୋଗ୍ରାମ ଚାଲେଞ୍ଜର୍ସ। ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ ପାଇଁ ଗେଲଙ୍କୁ ଚିଟୋଗ୍ରାମ ଫ୍ରାଞ୍ଚାଇଜ କିଣିଛି। କିନ୍ତୁ ଦକ୍ଷିଣ ଆଫ୍ରିକାର ମଜାନ୍‌ସି ସୁପର ଲିଗ୍‌ରେ ବିଫଳ ପ୍ରଦର୍ଶନ ପରେ କ୍ରିକେଟରୁ ବ୍ରେକ ନେବାକୁ ଚାହୁଁଥିବା ଗେଲ୍‌ କହିଥିଲେ। ଏଥିସହ ବିପିଏଲ ଖେଳାଳିଙ୍କ ତାଲିକାରେ ତାଙ୍କ ନାମ କେଉଁ ଭଳି ସ୍ଥାନ ପାଇଲା, ସେ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଚ୍ୟାଲେଞ୍ଜର୍ସ ଟିମ୍‌ ଡାଇରେକ୍ଟର ଜଲାଲ ୟୁନୁସ କହିଛନ୍ତି, ତାଙ୍କ ଦଳ ଗେଲ୍‌ଙ୍କ ଏଜେଣ୍ଟ ସହ ମୁଳଚାଲ କରିସାରିଛି। ଏଥିନେଇ ସେ ମଧ୍ୟ ଜାଣିଛନ୍ତି। ଯଦି ସେ ଆସିବାକୁ ମନା କରନ୍ତି, ଆମକୁ ଡ୍ରାପ୍ଟ ବାହାରୁ ଖେଳାଳି ଆଣିବାକୁ ପଡ଼ିବ। କିନ୍ତୁ ମୋ ମତରେ ବାଂଲାଦେଶ କ୍ରିକେଟ ବୋର୍ଡ କାର୍ଯ୍ୟାନୁଷ୍ଠାନ କରିବା ଦରକାର।

Share