ଗେଷ୍ଟହାଉସ୍‌ରେ ସେକ୍ସ ରାକେଟ ଠାବ: ୧୨ଜଣଙ୍କୁ ଉଠାଇନେଲା ପୋଲିସ

ଜଗତସିଂହପୁର ଅଫିସ,୨୭।୧୧: ସ୍ଥାନୀୟ ସିପି ଛକ ନିକଟ ଏକ ଗେଷ୍ଟ ହାଉସ୍‌ରେ ବୁଧବାର ଜଗତସିଂହପୁର ପୋଲିସ ସେକ୍ସ ରାକେଟ ଠାବ କରିଛି। ସେଠାରୁ ୬ଜଣ ମହିଳା ଓ ୬ଜଣ ପୁରୁଷଙ୍କୁ ପୋଲିସ ଉଠାଇ ନେଇଛି। ସେମାନଙ୍କ ନାମ, ଠିକଣା, ମୋବାଇଲ ନଂ, ଗାଡ଼ି ଆଦିର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଏପରିକି ସେମାନଙ୍କ ମଧ୍ୟରେ ନାବାଳକ ଥିବା ନେଇ ସନ୍ଦେହ କରାଯାଇଛି। ତଦନ୍ତ ପରେ ବାସ୍ତବଚିତ୍ର ସାମ୍ନାକୁ ଆସିବ ବୋଲି ପୋଲିସ କହିଛି। ଏହା ପୂର୍ବରୁ ଉକ୍ତ ଗେଷ୍ଟ ହାଉସ୍‌ରେ ଚଢ଼ାଉ ହୋଇଥିଲେ ସୁଦ୍ଧା କେହି ଧରାପଡ଼ି ନ ଥିବା ଜଣାପଡ଼ିଛି। ତେବେ ଏହି ଚଢ଼ାଉରେ ଜଗତସିଂହପୁର ଏସ୍‌ଡିପିଓ ପ୍ରିୟା ଶତପଥୀ, ଆଇଆଇସି ପ୍ରମୁଖ ସାମିଲ ଥିଲେ।

Share