Categories: ଜାତୀୟ

ଗେହଲଟଙ୍କୁ ହଟାଇବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି

ଜୟପୁର,୬ା୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ୍‌ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ବିଧାୟକ ପୃଥ୍ବୀରାଜ ମୀନା ଦାବି କରିଛନ୍ତି। ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଗେହଲଟଙ୍କ ବିରୋଧରେ ତୋଡା ଭୀମ ଆସନର ବିଧାୟକ ପୃଥ୍ବୀରାଜଙ୍କ ଏହି ଖୋଲାଖୋଲି ଚ୍ୟାଲେଞ୍ଜ ତାଙ୍କୁ ଅଡୁଆର ପକାଇଛି। ଗେହଲଟ ନିଜ ପ୍ରଭାବ ହରାଇଛନ୍ତି। ସେ ଜାଟ ଓ ଗୁଜ୍ଜର ସମ୍ପ୍ରଦାୟକୁ ଏକାଠି କରିବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ସଚିନ ଜଣେ ଯୁବ ନେତା ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ମୀନା ଦାବି କରିଛନ୍ତି। ପ୍ରକାଶ ଯେ, ନିର୍ବାଚନରେ ଦଳର ପରାଜୟ ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରିବା ପାଇଁ ଏହା ପୂର୍ବରୁ ରାଜସ୍ଥାନର ଦୁଇ ମନ୍ତ୍ରୀ ରମେଶ ମୀନା ଓ ଉଦୟଲାଲ ଅଞ୍ଜନା ଦାବି କରିଥିଲେ। ଅପରପକ୍ଷେ ଗେହଲଟ ଯୋଧପୁର ଆସନରେ ପୁଅ ବୈଭବଙ୍କ ପରାଜୟ ପାଇଁ ପାଇଲଟ ନିଜକୁ ଦାୟୀ କରିବା ଉଚିତ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଥିଲେ।

Share