Categories: ଜାତୀୟ

ଗୋଆରେ ପ୍ରଥମ କରୋନା ରୋଗୀ

ପଣଜୀ,୧୮।୩: ଗୋଆରେ ବୁଧବାର କରୋନା ଭାଇରସ୍‌ ସଂକ୍ରମଣର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ସଂକ୍ରମିତ ହୋଇଥିବା ରୋଗୀ ହେଉଛନ୍ତି ନରଓ୍ବେର ନାଗରିକ। ଫେବୃଆରୀ ୨୦ରେ ଉକ୍ତ ବ୍ୟକ୍ତି ଗୋଆରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ କାଶ, ଥଣ୍ଡାର ସମସ୍ୟା ହୋଇଥିଲା। କରୋନା ସନ୍ଦେହରେ ତାଙ୍କର ରକ୍ତ ନମୂନା ଯାଞ୍ଚ କରାଯିବା ପରେ ବୁଧବାର ତାଙ୍କ ରିପୋର୍ଟ ଆସିଛି। ଏହାପରେ ତାଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଏହି ରିପୋର୍ଟରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଏନେଇ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ସୂଚନା ଦେଇଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ କେତେକ କଟକଣା ମଧ୍ୟ ଜାରି କରାଯାଇଛି ବୋଲି ରାଣେ କହିଛନ୍ତି।

Share