Categories: ଜାତୀୟ

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା ସଂକମ୍ରଣରୁ ମୁକ୍ତ ହୋଇଛି ବୋଲି ଶନିବାର ପ୍ରକାଶ କରିଛନ୍ତି ରାଜ୍ୟପାଳ ସତ୍ୟ ପାଲ ମଲିକ। ସେ କହିଛନ୍ତି ଗୋଆ କରୋନା ମୁକ୍ତ ହୋଇଥିବାରୁ ଏହି ଉପକୂଳ ରାଜ୍ୟକୁ ଏବେ ସ୍ଥାନୀୟ ପର୍ଯ୍ୟଟକ ଆସିପାରିବେ। କିନ୍ତୁ ବିଦେଶୀ ପର୍ଯ୍ୟଟକ ଆସିବାକୁ ସମୟ ଲାଗିବ। ତେବେ ଲକ୍‌ଡାଉନ ପାଇଁ ଗୋଆର ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ ପ୍ରଭାବ ପଡିନାହିଁ ବୋଲି ମଲିକ କହିଛନ୍ତି। ଏଠାରେ ପ୍ରାୟ ସମସ୍ତ ଶିଳ୍ପାନୁଷ୍ଠାନ କାର୍ଯ୍ୟ କରୁଛି ଓ ସମସ୍ତେ କରୋନା ସଂକ୍ରମଣକୁ ନେଇ ବେଶ୍‌ ସଚେତନ ଅଛନ୍ତି। ତେବେ ବେରୋଜଗାରୀ ଗୋଆର ସମସ୍ୟା ନୁହେଁ। ଯଦି ଖଣି କାମ ଠିକ ଭାବରେ ଚାଲିବ ତେବେ ସେଥିରୁ ୩,୫୦୦ କୋଟି ରାଜସ୍ବ ସରକାରଙ୍କୁ ମଳିଯିବ ବୋଲି ସେ ମତ ରଖିଛନ୍ତି। କରୋନା ସଂକ୍ରମଣକୁ ନେଇ ପ୍ରବାସୀମାନେ ସାମାନ୍ୟ ଚିନ୍ତାର କାରଣ ପାଲଟିଥିବା ବେଳେ ଲକ୍‌ଡାଉନ ନିୟମକୁ ଗୋଆବାସୀ ଠିକ୍‌ ଭାବେ ପାଳନ କରିଥିବା ମଲିକ ପ୍ରକାଶ କରିଛନ୍ତି।

Share