ଗୋଆ କରୋନା ମୁକ୍ତ ରାଜ୍ୟ ଘୋଷଣାକୁ ନେଇ ଆରମ୍ଭ ହେଲା ରାଜନୀତି

ପଣଜୀ,୨୧।୪: ଗୋଟିଏ ଦିନ ପୂର୍ବରୁ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରାଯାଇଥିଲା। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମଙ୍ଗଳବାର ଗୋଆର କଂଗ୍ରେସ ଅଧ୍ୟକ୍ଷ ଗିରିଶ ଚୋଡନକର କହିଛନ୍ତି ଗୋଆରେ ସରକାର ଠିକ୍‌ ଭାବେ କରୋନା ଟେଷ୍ଟ ନ କରି ଏହାକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରିଛନ୍ତି। ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ମାତ୍ର ୦.୦୪ ପ୍ରତିଶତ ଲୋକଙ୍କର କରୋନା ଟେଷ୍ଟ କରାଯାଇଥିବା ସେ କହିଛନ୍ତି। ଏଠାରେ ୨୧୫୮ ଜଣ ଆଇସୋଲେଶନରେ ଥିବା ବେଳେ ମାତ୍ର ୮୨୫ ଜଣଙ୍କର କରୋନା ଟେଷ୍ଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ମାତ୍ର ୩ ଦିନରେ ୫ଲକ୍ଷ ଘରର ସର୍ଭେ କରାଯାଇଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗୋଆକୁ କରୋନା ମୁକ୍ତ ଘୋଷଣା କରିଥିଲେ। ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରି ଟୁଇଟ କରିଥିଲେ। ଯାହା ଲଜ୍ୟାଜନକ ବିଷୟ ବୋଲି କଂଗ୍ରେସ କହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କର ଏମିତି କାର୍ଯ୍ୟ ଗୋଆବାସୀଙ୍କୁ ଅସୁବିଧାରେ ପକାଇବ ବୋଲି ସେ କହିଛନ୍ତି।

Share