ଗୋଆ ଫାର୍ମକୁ ମିଳିଲା ନାଡିଡିିହି ଖଣି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଗୋଆସ୍ଥିତ ସୋସିଇଦାଦେ ଡି ଫୋମେଣ୍ଟୋ ଇଣ୍ଟଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ ନାଡିଡିିହି ଲୁହାପଥର ଏବଂ ମାଙ୍ଗାନିଜ ଖଣି ନିଲାମ ନେବାରେ ସଫଳ ହୋଇଛି। ରବିବାର ବିଳମ୍ବିତ ରାତିରେ ହୋଇଥିବା ନିଲାମ ପ୍ରକ୍ରିୟାରେ ଉକ୍ତ କମ୍ପାନୀ ସମେତ ୧୦ ଜଣ ଅଂଶଗ୍ରହଣ କରିଥିଲେ। ତେବେ ଏହି କମ୍ପାନୀ ଖଣିଜ ପଦାର୍ଥ ବିକ୍ରି ମୂଲ୍ୟର ସର୍ବାଧିକ ୧୪୧.୨୫ ପ୍ରତିଶତ ଦେବାକୁ ଚୁକ୍ତି କରି ନିଜ ସକ୍ଷପରେ ଖଣି ହାତେଇଛି। ଏହି ନିଲାମରେ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ, ଜିଭି ମାଇନ୍ସ ଆଣ୍ଡ ମିନେରାଲ୍ସ ଆଣ୍ଡ ମେଟାଲ୍ସ, ଏପିଆଇ ଇସ୍ପାତ ଆଣ୍ଡ ପାଓ୍ବାରଟେକ୍‌, ମହେନ୍ଦ୍ର ସ୍ପଞ୍ଜ ଆଣ୍ଡ ପାଓ୍ବାର, ଶ୍ୟାମ ଷ୍ଟିଲ ଆଣ୍ଡ ପାଓ୍ବାର, ସୁପର ସ୍ମେଲଟର, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ, ନିଓ ମେଟାଲିକ୍ସ, ଗୋପାଳ ସ୍ପଞ୍ଜ ଆଣ୍ଡ ପାଓ୍ବାର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସୁନ୍ଦରଗଡ଼ ଜିଲାରେ ଅବସ୍ଥିତ ଏହି ଖଣିରେ ୪୮ ନିୟୁତ ଟନ ଗଚ୍ଛିତ ଥ୍‌ତ୍ବା ଆକଳନ କରାଯାଇଛି। ଏହା ହେଉଛି ରାଜ୍ୟର ସବୁଠାରୁ ପୁରୁଣା ଖଣି। ୧୯୬୧ ମସିହାରୁ ଏହି ଖଣି କାର୍ଯ୍ୟକ୍ଷମ ରହିଛି। ଏହାକୁ ଛାଡି ଆହୁରି ୧୧ଟି ଖଣି ନିଲାମ ଅପେକ୍ଷାରେ ରହିଛି।

Share