ଗୋଇନ୍ଦା ବିଫଳତା ଓ ସୁରକ୍ଷା

ଡ. ଚିନ୍ତାମଣି ପଣ୍ଡା

କତିପୟ ସମ୍ବେଦନଶୀଳ ସାଂପ୍ରତିକ ଘଟଣାବଳୀର ଅନୁଶୀଳନ କଲେ ଆମର ଗୋଇନ୍ଦା ସୂଚନା ବ୍ୟବସ୍ଥା କେତେ ଦୁର୍ବଳ ତାହା ସ୍ପଷ୍ଟଭାବେ ପ୍ରତୀୟମାନ ହୁଏ। ଦେଶ ଓ ଦଶର ହିତସାଧନ ଏବଂ ସୁରକ୍ଷା ନିମନ୍ତେ ଗୁପ୍ତସୂଚନାର ସଂଗ୍ରହ ତଥା ସରବରାହ ନିହାତି ଅପରିହାର୍ଯ୍ୟ। ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ତଥା ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ନିମନ୍ତେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଗୋଇନ୍ଦା ସୂଚନାର ଆବଶ୍ୟକତା ଉପଲବ୍ଧ ହୋଇଥାଏ। ସୀମାରେ ଚାଇନାର ବିସ୍ତାରବାଦୀ ନୀତି ହେଉ କିମ୍ବା ପାକିସ୍ତାନର ଆତଙ୍କବାଦ, ଏ ସବୁର ମୁକାବିଲା ପାଇଁ ନୀତି ନିର୍ଦ୍ଧାରଣ ବ୍ୟବସ୍ଥା ଗୁପ୍ତ ସୂଚନା ଉପରେ ନିର୍ଭରଶୀଳ। ଆମେ ଦେଶ ଭିତରେ ମାଓବାଦୀଙ୍କର ଗତିବିଧିକୁ ଠଉରାଇ ନ ପାରିବା ହେତୁ ଅନେକ ଧନଜୀବନ ହାନି ଘଟୁଛି। ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ କରିବାକୁ ଅହରହ ଉଦ୍ୟତ ଆମର ଗବେଷଣା ଅଥଚ ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡମାଇନଟିଏ ଠାବକରି ନ ପାରିବାରୁ ଅକାରଣରେ ବୀର ଯବାନଙ୍କର ପ୍ରାଣପାତ ଘଟୁଛି। ଏହା ଯେ କେବଳ ଆମର ଧନଜୀବନ ହାନି କରୁଛି ତାହାନୁହେଁ, ବିଶ୍ୱ ଆଗରେ ଆମର ଦୁର୍ବଳ ଗୋଇନ୍ଦା ବ୍ୟବସ୍ଥା ତଥା ବିଡମ୍ବିତ ପଦକ୍ଷେପକୁ ପଦାରେ ପକାଉଛି।
ନିଶା ବେପାରୀଟିଏ ସୁଦୂର ବାଂଲାଦେଶରୁ ଆସି ଓଡ଼ିଶାରେ ଧରାପଡ଼ି ଦୀର୍ଘ ୧୪ବର୍ଷ ଜେଲ ଦଣ୍ଡ ଭୋଗି ସାରିବା ପରେ ବି ପୋଲିସ ହେପାଜତରେ ଥାଇ ପୁନଶ୍ଚ ନିଶାସାମ୍ରାଜ୍ୟ ବିସ୍ତାର କରିପାରୁଛି, ତାହା ପୁଣି ଅକ୍ଲେଶରେ କେବଳ ଫୋନ ମାଧ୍ୟମରେ। ଏଥକୁ ଆମକୁ ସଫେଇ ମିଳୁଛି ଯେ ପରିସ୍ରା କି ଝାଡା ଯିବାବେଳେ ହୁଏତ ସେ କାରବାରର ଯୋଗସୂତ୍ର କରିଥାଇ ପାରେ। ଏହାଠୁ ବଳି ହାସ୍ୟାସ୍ପଦ କଥା କିଛି ଅଛି କି? ତିନିତିନିଥର ତଲାସୀ କରିସାରିବା ପରେ ବି ଅପରାଧୀଙ୍କ ଘରର ନିଭୃତ କନ୍ଦରରୁ ଚୋରା ବନ୍ଧୁକ ସହିତ ଅମାପ ଗୁଳି ଜବତ ହେବା ଯେତିକି ଆଶ୍ଚର୍ଯ୍ୟର ବିଷୟ ତତୋଧିକ ପରିତାପର ବିଷୟ ମଧ୍ୟ। ତେବେ ଏଇଠି ପ୍ରଶ୍ନ ଉଠେ, ସୁଦୂର ତାମିଲନାଡୁରୁ କାର ଭିତରେ ବହୁ ପରିମାଣର ଚୋରା ସୁନା ଆସୁଥିବାର ସୂଚନା ପାଇ ତାହାକୁ ପୋଲିସ ଜବତ କରିପାରୁଥିବା ବେଳେ ନିଜ ରାଜ୍ୟରେ ବିଫଳ କାହିଁକି? କେତେବେଳେ ଆମେ ଫଳ କି ପନିପରିବା ଟ୍ରକ ଭିତରେ ହେଉ କିମ୍ବା ଆମ୍ବୁଲାନ୍ସର ପି.ପି.ଇ. କିଟ୍‌ ଭିତର ଦେଇ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିପାରୁଥିବା ବେଳେ ହଜାର ହଜାର ହେକ୍ଟର ଗଞ୍ଜେଇ ଚାଷକୁ ଠିକ୍‌ ସମୟରେ ଠଉରାଇ ପାରୁନାହେଁ। ଅନ୍ୟ ଏକ ଚମକପ୍ରଦ ଘଟଣା କ୍ରମରେ ପାଠକ ବାପ-ପୁଅଙ୍କ ଅନେକ ଦିନର କଳାକାରନାମା ଧୀରେ ଧୀରେ ଲୋକଲୋଚନକୁ ଆସୁଥିବା ବେଳେ ସର୍ବସାଧାରଣଙ୍କ ଅର୍ଥ ଲୁଟି କୋଭିଡ୍‌ ନିୟନ୍ତ୍ରଣ ପାଇଁ ତାଙ୍କର ବଦାନ୍ୟତାକୁ ଆମେ ଗ୍ରହଣ କରୁଛେ। ବିଭିନ୍ନ ଫନ୍ଦିଫିକର କରି ସ୍ପଷ୍ଟ ଦିବାଲୋକରେ ଜନତାଙ୍କୁ ଚୂନ ଲଗାଇଥିବା ଆମ ମତରେ ସର୍ବଶ୍ରେଷ୍ଠ ଗୋଇନ୍ଦା ବିଫଳତା। ଏପରି ହେବା ଦ୍ୱାରା ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବା ସ୍ବାଭାବିକ ନୁହେଁ କି?
ରାଜା ମହାରାଜାମାନଙ୍କ ଅମଳରୁ ଏ ପ୍ରକାରର ଗୁପ୍ତଚର ବ୍ୟବସ୍ଥା ପ୍ରଚଳିତ। ଏପରି କି ପୋଲିସର ଗତିବିଧି ଉପରେ ନଜର ରଖିବାରେ ମାଓବାଦୀମାନେ ମଧ୍ୟ ଏହି ବ୍ୟବସ୍ଥା ଆପଣାଇଛନ୍ତି। ରୁଷିଆ, ଚାଇନା, ଆମେରିକା ପରି ଦେଶଗୁଡ଼ିକ ଅନ୍ୟ ଦେଶରୁ ଆଭ୍ୟନ୍ତରୀଣ ସୂଚନା ସଂଗ୍ରହ ପାଇଁ ଗୁପ୍ତଚର ନିୟୋଜିତ କରୁଥିବା ବେଳେ ଆମେ ନିଜର ସୁରକ୍ଷା ଲାଗି ଏହା କରି ନ ପାରିବା ଆମତ୍ଶ୍ଳାଘାର ବିଷୟ ନୁହେଁ କି? ଏହା ବ୍ୟକ୍ତି ଚରିତ୍ର ଉପରେ ନିର୍ଭରଶୀଳ। ସଚ୍ଚୋଟତା, ନିଷ୍ଠା, ଦେଶପ୍ରେମ ଯଦି ଧୀରେ ଧୀରେ ଲୋକଚରିତ୍ରରୁ ମିଳେଇ ଯିବ ତେବେ ଏପରି ଅରାଜକତା ପରିସ୍ଥିତି ସୃଷ୍ଟି ହେବା ଅନିବାର୍ଯ୍ୟ। ମନ ଓ ବିବେକର ଅହରହ ସଂଗ୍ରାମ ଭିତରେ ବିବେକର ଜିତାପଟ ହେଲେ ତାହା ବ୍ୟକ୍ତି ଚରିତ୍ରରେ ଫୁଟିଉଠେ; ଯେମିତି ନିର୍ମୂଳି ଲଟାଟିଏ ଆମ୍ବଗଛରେ ମାଡ଼ି ଧୀରେ ଧୀରେ ତା’ର ଫଳ ଧାରଣ କ୍ଷମତାର ହ୍ରାସ ଘଟାଇଥାଏ। ଠିକ ସେହିପରି ବ୍ୟକ୍ତି ଚରିତ୍ରଟି ସ୍ବାର୍ଥଲତାରେ କବଳିତ ହୋଇଗଲେ ତା’ର ଅସ୍ମିତା, ନିଷ୍ଠା, ସଚ୍ଚୋଟତା, ଦେଶଭକ୍ତି ସବୁ ଲୋପ ପାଇଯାଏ। ଅର୍ଥ ଲାଳସାର ପରଳଭିତରୁ ସେ ଭଲ ମନ୍ଦର ଫରକ ବାରି ପାରେନା। ତେଣୁ ତା’ର ନାକତଳେ ଘଟି ଯାଉଥିବା ଅପରାଧକୁ ସେ ଠଉରାଇ ପାରେନାହିଁ କିମ୍ବା ଦେଖି ନ ଦେଖିଲା ପରି ହୁଏ। ପ୍ରକାରାନ୍ତରେ ଏହା ଦେଶ ଓ ସମାଜର କ୍ଷତି ସାଧନ କରିଥାଏ। ତେଣୁ ବ୍ୟକ୍ତିଟି ଯେଉଁ ପଦପଦବୀରେ ଥାଉନା କାହିଁକି ସ୍ବାର୍ଥ ବିଜଡିତ ମନଟି ତା’ର ପ୍ରତି ମୁହୂର୍ତ୍ତରେ ତାକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିଥାଏ; ଯେଉଁଥିପାଇଁ ସେ ଦେଶର ସୁରକ୍ଷା ସମ୍ବନ୍ଧିତ ଗୁପ୍ତଦଲିଲ ସବୁ କିଛି ଅର୍ଥ ବା ନାରୀ ଲୋଭରେ ଶତ୍ରୁ ହାତରେ ଟେକି ଦେବାକୁ ପଛାଏ ନାହିଁ। ସେଥିପାଇଁ କେବଳ କତିପୟ କର୍ମଚାରୀ ଚୋରକୁ ପାତାଳ ଗହ୍ବରରୁ ଧରି ପାରୁଥିବା ବେଳେ ଆଉ ଥୋକେ ଚୋରକୁ ଚିହ୍ନିପାରନ୍ତି ନାହିଁ। ଅତଏବ ସଚ୍ଚୋଟ ତଥା କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କୁ ଗୋଇନ୍ଦା ସୂଚନା ସଂଗ୍ରହ ପାଇଁ ନିଯୁକ୍ତି ଦିଆଗଲେ ଆମେ ଅଚିରେ ବଡ଼ ବଡ଼ ଦୁର୍ଘଟଣା ମାନ ଏଡ଼ାଇଯିବା ଲାଗି ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିପାରିବା ଓ ତତ୍‌ ସଙ୍ଗେ ସଙ୍ଗେ ଦେଶ ତଥା ସମାଜକୁ ଉପଯୁକ୍ତ ସୁରକ୍ଷା ଦେଇପାରିବା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri