Categories: ଜାତୀୟ

ଗୋଏୟାର ବିମାନରେ ପାରା: ୩୦ ମିନିଟ୍‌ ବିଳମ୍ବରେ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ,୨୯।୨: ଗୋଏୟାର ବିମାନରେ ଏକ ପାରା ପଶିଯିବାରୁ ଉଡ଼ାଣରେ ୩୦ ମିନିଟ୍‌ ବିଳମ୍ବ ଘଟିଛି। ଅହମଦାବାଦରୁ ଜୟପୁର ଉଡ଼ାଣ କରୁଥିବା ଗୋଏୟାରର ଜି-୮୭୦୨ ବିମାନ ଭିତରେ ପାରା ଉଡ଼ି ବୁଲୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ପାରା ବିାମନ ଭିତରେ ଥିବା ଜଣାପଡ଼ିବା ପରେ ଏହାକୁ ଧରି ବାହାରକୁ ଅଣାଯାଇଥିଲା। ପରେ ବିମାନଟତି ଗନ୍ତବ୍ୟ ପଥରେ ଉଡ଼ାଣ ଆରମ୍ଭ କରିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ବିମାନର ଦ୍ୱାରା ଖୋଲା ରହିଥିବା ସମୟରେ ପାରାଟି ଭିତରେ ପଶିଯାଇଥିବା କୁହାଯାଉଛି।

Share