Categories: ବାଣିଜ୍ୟ

ଗୋକୁଲର ନୂଆ ଆଉଟଲେଟ୍‌

ଭୁବନେଶ୍ୱର,୧୪-୧୦: ଗୋକୁଲ୍‌ ବେକରୀର ୧୧ତମ ଆଉଟ୍‌ଲେଟ କଟକର କଲେଜ ଛକଠାରେ ଖୋଲିଛି। ଗୋକୁଲର ପ୍ରତିଷ୍ଠାତା ଅଶୋକ ଅଗରଓ୍ବାଲ ଏବଂ ଅମିତ ସିଂଘାନିଆ ଏହାକୁ ଉନ୍ମୋଚନ କରିଥିଲେ। ଏଠାରେ ଗ୍ରାହକମାନେ ବେକରୀ ଉତ୍ପାଦ, ଡିଜାଇନେର କେକ୍‌, କୁକିଜ୍‌, ପିଜା, ବର୍ଗର, ସ୍ନାକ୍ସ, ମକ୍‌ଟେଲ, ଆଇସକ୍ରିମ ଓ ନାଚୁରାଲ ଜଲାଟୋ ଆଇସ୍‌କ୍ରିମ, ପ୍ୟାଷ୍ଟ୍ରି ଏବଂ ସାଣ୍ଡଓ୍ବିଚ୍‌ ଲାଭ କରିପାରିବେ। ଏଠାରେ ଉପଲବ୍ଧ ସମସ୍ତ ପ୍ରଡକ୍ଟ ୧୦୦% ଶାକାହାରୀ। କଟକରେ ପ୍ରଥମ ଷ୍ଟୋର ଖୋଲି ଅତ୍ୟନ୍ତ ଖୁସି ବୋଲି ପ୍ରତିଷ୍ଠାତା ଅଶୋକ ଅଗରଓ୍ବାଲ କହିଛନ୍ତି। ଗ୍ରାହକଙ୍କୁ ସର୍ବୋତ୍ତମ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି ବୋଲି ସହ ପ୍ରତିଷ୍ଠାତା ଅମିତ ସିଂଘାନିଆ କହିଛନ୍ତି। ୧୯୯୭ରେ ସ୍ଥାପନ ହୋଇଥିବା ଏହି କମ୍ପାନୀ ସମ୍ବଲପୁର, ଝାରସୁଗୁଡା, ବରଗଡ, ବୁର୍ଲା ଏବଂ ଭୁବନେଶ୍ୱରର ୨ଟି ଷ୍ଟୋର ସହ ସେବା ଯୋଗାଉଛି।

Share