Categories: ଜାତୀୟ

ଗୋଗୋଇଙ୍କ କାର୍ଯ୍ୟକାଳର ଶେଷ ଦିନ: ମାତ୍ର ୩ ମିନିଟ୍‌ରେ ୧୦ଟି ମାମଲାରେ ନୋଟିସ ଜାରି

ନୂଆଦିଲ୍ଲୀ,୧୫।୧୧:ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଛନ୍ତି। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍‌.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବା ଦେଖିବାକୁ ମିଳିଛି। ଏହି ସମୟରେ ମାତ୍ର ୩ ମିନିଟ୍‌ରେ ସେ ୧୦ଟି ମାମଲାରେ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧୭କୁ ମୁଖ୍ୟ ବିଚାରପତି ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେଉଛି। ହେଲେ ଏହାରି ଭିତରେ ଶନିବାର ରବିବାର ଛୁଟି ପଡ଼ୁଥିବାରୁ ଶୁକ୍ରବାର ତାଙ୍କ କାର୍ଯ୍ୟକାଳରେ ଅନ୍ତିମ ଦିନ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ନଭେମ୍ବର ୧୮ରେ ବିଚାରପତି ବୋବଡେ ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।

Share