ଗୋଚର ଜମିରୁ ମୋରମ ଚାଲାଣକୁ ବିରୋଧ

ବଡ଼ସାହି,୧୯ା୧୧(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମରେ ଥିବା ଗୋଚର ଜମିରୁ ବେଆଇନ ମୋରମ ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସେମାନେ କୁରାଢିଆ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ା ୮୦ଟ୍ରାକ୍ଟରରୁ ଊର୍ଦ୍ଧ୍ୱ ମୋରମ ଚୋରାରେ ଚାଲାଣ କରି ରାସ୍ତାରେ ପକାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି ା ଗ୍ରାମର ଜନୈକ ବ୍ୟକ୍ତି ୧ଏକରରୁ ଊର୍ଦ୍ଧ୍ୱ ଗୋଚର ଜମିକୁ ଦୀର୍ଘଦିନ ଧରି ବାଡ଼ ଘେରି ଜବରଦଖଲ କରିଛନ୍ତି। ସେହି ଜମିରୁ ଟ୍ରାକ୍ଟର ଯୋଗେ ଦିନରାତି ମୋରମ ଉତ୍ତୋଳନ କରି ନିକଟସ୍ଥ ଦୁର୍ଗାଦେବୀ ରାସ୍ତାରେ ବିଛାଯାଉଛି ା ଏପରିକି ସେହି ଜମିରେ ବଡ଼ ବଡ଼ ଖାଲ କରି ଦେଉଥିବାରୁ ଜନସାଧାରଣ ଓ ଗୃହପାଳିତ ପଶୁମାନେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛନ୍ତି ା ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ୱାର୍ଡସଭ୍ୟ ବଳରାମ ମହାଳିକ, ସୁକଦେବ ସିଂ,ବଂଶୀଧର ମାହାର୍ଣ୍ଣା ପ୍ରମୁଖ ଅଭିଯୋଗ କରିଛନ୍ତି ା

Share