Advertisement

ଗୋଛା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁଶିକାରୀ କାଟି ନେଇଛନ୍ତି ଦାନ୍ତ

ନୟାଗଡ଼ ଅଫିସ,୨୮।୫-ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ସୋମବାର ରାତିରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛି।
ଯେ, କିଛିଦିନ ହେବ ଦଶପଲ୍ଲା ଜଙ୍ଗଲରୁ ୭ଟିକିିଆ ହାତୀପଲ ଆସି ଗୋଛା ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ସେଥିମଧ୍ୟରୁ ସୋମବାର ଗୋଟିଏ ଦନ୍ତାହାତୀର ମୃତ୍ୟୁ ଘଟିଛି। ଖବର ପାଇଁ ପଞ୍ଚରିଡ଼ା, ଓଡ଼ଗାଁ ବନାଞ୍ଚଳ ଓ ନୟାଗଡ଼ ବନ ବିଭାଗ ଟିମ୍‌ ରାତ୍ର ସମୟରେ ଜଙ୍ଗଲକୁ ଯାଇଛନ୍ତି। ଶିକାରୀମାନେ ହାତୀର ଦାନ୍ତ କାଟି ନେଇଛନ୍ତି। ସେହିପରି ହାତୀ ମରି ପଡିଥିବା ସ୍ଥାନରେ ସେମାନେ ଚୁଲି ତିଆରି କରି ରୋଷେଇ କରି ଖାଇଥିବା ଜଣାପଡିଛି। ଶିକାରୀମାନେ ହାତୀକୁ ମାରି ତା’ର ଦାନ୍ତ ନେଇ ଯାଇଥିବାରୁ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel