Advertisement

ଗୋଛା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: କର୍ତ୍ତବ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ଫରେଷ୍ଟର, ଫରେଷ୍ଟଗାର୍ଡ

ନୟାଗଡ଼ ଅଫିସ,୩୧।୫: ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପଞ୍ଚରିଡ଼ା ଫରେଷ୍ଟର କୈଳାସ ପ୍ରଧାନ ଓ ଗୋଛା ଫରେଷ୍ଟଗାର୍ଡ ବିଶ୍ୱଜିତ୍‌ ସାମନ୍ତରାୟ। ଉଭୟ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ନୟାଗଡ଼ ଏସିଏଫ୍‌ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ଗୋଛା ଜଙ୍ଗଲ ଦେଇ ଯାଇଥିବା ତୁଆଣ୍ଟ ନାଳ ନିକଟରେ ଏକ ହାତୀର ମୃତଦେହ ପଡ଼ିଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା। ଅଂଶୁଘାତରେ ହାତୀଟିର ମୃତ୍ୟୁ ହୋଇଥିବା ବିଭାଗ କହିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel