ଗୋଟିଏ କିସ୍‌ରେ ଅମ୍ରିତା ସିଂଙ୍କୁ ପ୍ରେମ କରି ବସିଥିଲେ ଶୈଫ୍‌ ଅଲ୍ଲୀ ଖାଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂ ରବିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରୁକ୍‌ସାନା ସୁଲତାନା ଏବଂ ପିତା ଶାବିନ୍ଦର ସିଂ ଥିଲେ। ବେତାବ ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହାପରେ ତାଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲାଇନ ଲାଗିଯାଇଥିଲା। ୧୯୯୧ରେ ଶୈଫ୍‌ ଅଲ୍ଲୀ ଖାଁଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ସେତେବେଳେ ଶୈଫ୍‌ କ୍ୟାରିୟର ପାଇଁ ବେଶ୍‌ ବ୍ୟସ୍ତ ଥିଲେ। ଅମ୍ରିତାଙ୍କ ସହିତ ନିବିଡ଼ତା ବଢ଼ିଥିଲା। ଅମ୍ରିତା ଥରେ ଶୈଫ୍‌ଙ୍କୁ କିସ୍‌ କରିଥିଲେ। ଏହାପରେ ଶୈଫ୍‌ ଅମ୍ରିତାଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ସେହିବର୍ଷ ସେମାନଙ୍କ ବିବାହ ହୋଇଥିଲା। ତେବେ ରିଲ୍‌ ଲାଇଫ୍‌ରେ ସଫଳ ଥିବା ଅମ୍ରିତାଙ୍କ ରିୟଲ ଲାଇଫ୍‌ରେ ଅସଫଳ ହୋଇଥିଲେ। ୨୦୦୪ରେ ଶୈଫ୍‌ଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେତେବେଳକୁ ଜିଅ ସାରା ଅଲ୍ଲୀ ଖଁା ଏବଂ ଇବ୍ରାହିମ୍‌ ଖାଁଙ୍କ ଜନ୍ମ ହୋଇସାରିଥିଲା।

Share