ଗୋଟିଏ କୋଣରେ ବସିରହିଲେ ଇମ୍ରାନ: ମୋଦି ହାତମିଳେଇଲେ ନାହିଁ କି କଥା ବି ହେଲେନି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି ଆଲୋଚନା ଚାହୁଁଛି, ତେବେ ପ୍ରଥମେ ଆତଙ୍କବାଦକୁ ମୂଳପୋଛ କରୁ। ଏହି ପ୍ରସଙ୍ଗ ଭାରତ ସମସ୍ତ ଫୋରମରେ ଉଠାଇ ଆସୁଥିବାବେଳେ ପୁଲୱାମା ପରେ ଭାରତର ସୱର ସହିତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସ୍ବର ମିଶାଇଛନ୍ତି। ଆତଙ୍କବାଦ ଏବଂ ଆଲୋଚନା ଏକସଙ୍ଗେ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣିଥରେ ସ୍ପଷ୍ଟ କରି ଦେଇଛନ୍ତି। ଏହି ସମ୍ମିଳନୀ ଭାଗ ନେଇ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଗୋଟିଏ କୋଣରେ ବସିଥିଲେ। ମୋଦି ତାଙ୍କ ହାତ ମଧ୍ୟ ମିଳାଇ ନ ଥିଲେ କି କଥା ବି ହୋଇ ନ ଥିଲେ।

Share